About.

ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ୟାଙ୍କ ଲିମିଟେଡ଼ .

ମୁଖ୍ୟ କାର୍ଯ୍ୟାଳୟ : ବରଗଡ଼

ଦୀର୍ଘ ୬୩ ବର୍ଷ ଧରି ବରଗଡ଼, ସମ୍ବଲପୁର , ଝାରସୁଗୁଡା ଓ ଦେଓଗଡ଼ ଜିଲ୍ଲାରେ ୩୪ ଗୋଟି ଶାଖା ଓ ୧୬୪ ଗୋଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମ ରେ କୃଷକ ମାନଙ୍କର ଆର୍ଥିକ ମାଣଦଣ୍ଡକୁ ସୁଦୃଢ କରିବା ସହିତ କୃଷିଜାତ ଦ୍ରବ୍ୟ ଗୁଡିକର ଉତ୍ପାଦନ ବୃଦ୍ଧି ସକାଶେ ଏହି ବ୍ୟାଙ୍କ ଦୃଢପରିକର | ସେହିପରି ଅନ୍ୟାନ କର୍ମଜୀବି ପରିବାର ଯଥା ମତ୍ସ୍ୟଜୀବୀ , ଗୋପାଳନକାରୀ କୁକୁଡ଼ା ପାଳନକାରୀ ବୁଣାକାର ଇତ୍ୟାଦି ମାନଙ୍କର ଆର୍ଥିକ ଓ ସାମାଜିକ ପ୍ରଗତି ଓ ସାମାଜିକ ବିକାଶ ଦିଗରେ ମଧ୍ୟ ଏହି ବ୍ୟାଙ୍କ ଯଥେଷ୍ଟ ଗୁରୁତ୍ୱ ଦିଏ ବ୍ୟାଙ୍କ ରେ ଉପଲବ୍ଧ ପ୍ରମୁଖ ସେବା ଗୁଡିକ ହେଲା

  • କୋର ବ୍ୟାଙ୍କିଙ୍ଗ ମାଧ୍ୟମରେ ଉତ୍ତମ ଗ୍ରାହକ ସେବା
  • ସମସ୍ତ ଶାଖା ରେ R.T.G.S/N.E.F.T/IMPS ର ସୁବିଧା
  • ବ୍ୟାଙ୍କ ର ବରଗଡ଼ ସଦର , ବରପାଲି , ଭେଡେନ , ସମ୍ବଲପୁର ଆଦି ଶାଖା ରେ A.T.M. ବ୍ୟବସ୍ଥା
  • ମୁଖ୍ୟ କାର୍ଯ୍ୟାଳୟ ଓ ସମସ୍ତ ଶାଖା ରେ ଫାକ୍ସ, ଇଣ୍ଟରନେଟ ଓ ଇମେଲ ବ୍ୟବସ୍ଥା ଯୋଗୁ ତଡ଼ିତ ଗ୍ରାହକ ସେବା
  • ସମସ୍ତ ଶାଖା ରେ ବ୍ୟାଙ୍କ ଡ୍ରାଫ୍ଟ ସୁବିଧା
  • ସହରାଞ୍ଚଳ ଶାଖାମାନଙ୍କର ସେଫ ଲକର ସୁବିଧା
  • ବିଭିନ୍ନ ପ୍ରକାର ଜମା ଉପରେ ଆକର୍ଷଣୀୟ ସୁଦ୍ଧା
  • ସରକାରୀ ରିହାତି ସହିତ ଟ. ୫୦ ହଜାର ପର୍ଯ୍ୟନ୍ତ ବାର୍ଷିକ ମାତ୍ର ୧% ଓ ଟ. ୫୦ ହଜାର ରୁ ଉର୍ଦ୍ଧ୍ବ ବାର୍ଷିକ ମାତ୍ର ୨% ସୁଧ ହାରରେ ଚାଷୀ ସଭ୍ୟ ମାନଙ୍କୁ କିସାନ କ୍ରେଡିଟ କାର୍ଡ ମାଧ୍ୟମ ରେ କୃଷି ଋଣ | ଏହି ସେବାକୁ ତ୍ୱରାନ୍ୱିତ କରିବା ପାଇଁ କିସାନ କ୍ରେଡିଟ କାର୍ଡ ବଦଳରେ ରୂପେ କିସାନ କ୍ରେଡିଟ କାର୍ଡ ପ୍ରଚଳନ କରା ଯାଇଛି |